audio
audioduration (s)
1.81
18.5
text
stringlengths
18
155
gender
class label
1 class
କେତେକ ଅଞ୍ଚଳରେ ପୋଡ଼ୁଚାଷ ପାଇଁ, ଜଙ୍ଗଲ କଟାଯାଏ ।
0female
ଏଥିପାଇଁ ସେମାନେ ପାହାଡ଼ତଳି ଅଞ୍ଚଳରେ ସ୍ଥାନ ବାଛନ୍ତି ।
0female
ସାନ ବଡ଼ ସବୁ ଗଛ କାଟି, ତହିଁରେ ନିଆଁ ଲଗାଇ ଦିଆ ହୁଏ ।
0female
ଗଛ ଖୁଣ୍ଟି ସଫା କରି ସେହି ଅଞ୍ଚଳକୁ, ଅସ୍ଥାୟୀ ଚାଷଜମିରେ ପରିଣତ କରାଯାଏ ।
0female
ବର୍ଷେ ଦୁଇବର୍ଷ ପରେ, ଅମଳ କମି ଆସିଲେ, ସେହିଜମିରୁ ମୁହଁ ଫେରାଇ ନିଏ ଆଦିବାସୀ ।
0female
ଫୁଣି ଖୋଜା ହୁଏ, ଆଉ ଏକ ସ୍ଥାନ ।
0female
ଏମିତି ପୋଡ଼ୁଚାଷରେ କ୍ରମାଗତ ଜଙ୍ଗଲ ଧ୍ଵଂସ ପାଇଥାଏ ।
0female
ଜଙ୍ଗଲ ପାଖର, ଅଧିବାସୀମାନେ, ଜଙ୍ଗଲ ଉପରେ ବେଶ୍ ନିର୍ଭରଶୀଳ ।
0female
ସେମାନେ ପ୍ରତିଦିନ ଜଙ୍ଗଲରୁ ପତ୍ର ଏବଂ ଜାଳକାଠ ସଂଗ୍ରହ କରନ୍ତି ।
0female
ନାନା ପ୍ରକାରେ ସେମାନଙ୍କ ଯୋଗୁଁ, ଜଙ୍ଗଲ କ୍ଷୟ ଘଟିଥାଏ ।
0female
ଏମିତି କ୍ଷେତ୍ରରେ ବାସହରା ପରିବାରମାନଙ୍କ, ଥଇଥାନ ପାଇଁ ଜଙ୍ଗଲ କଟାଯାଇ, ଘରଡ଼ିହ ଯୋଗାଇ ଦିଆଯାଏ ।
0female
ଜଙ୍ଗଲର ଅନେକ ଅଂଶ, କାଳକାଳ ପାଇଁ ଜଳମଗ୍ନ ହୋଇ ରହିଯାଏ ।
0female
ଜଙ୍ଗଲକୁ ଛାଡ଼ିଲେ, ଆଉ ତ ଜାଗା ନାହିଁ ।
0female
ଅର୍ଥବଳ ଓ ବାହୁବଳରେ, ଜଙ୍ଗଲରୁ ଟ୍ରକ୍ ଟ୍ରକ୍, ମୂଲ୍ୟବାନ କାଠ ଚୋରାଚାଲାଣ ହୁଏ ।
0female
ତେଣୁ ଗାଈ ମଇଁଷି ଚରିବା ଦ୍ଵାରା, ବଣର ଗଛପତ୍ର ନଷ୍ଟ ହୋଇଥାଏ ।
0female
ଏହା ବ୍ୟତୀତ, କେହି କେହି ଜଙ୍ଗଲରେ ନିଆଁ ଲଗେଇ ଦିଅନ୍ତି ।
0female
ତେଣୁ ଗଛଲତା ପୋଡ଼ିଯାଏ, ଏବଂ ଜଙ୍ଗଲ ନଷ୍ଟ ହୁଏ ।
0female
ତେଣୁ ପରିବେଶ୍‌ବିତ୍ତ‌ମାନେ, ଏହାଠାରୁ ଅଧିକ ଜଙ୍ଗଲ ନଷ୍ଟ ହୋଇଥିବାର ଆଶଙ୍କା କରନ୍ତି ।
0female
ବର୍ତ୍ତମାନ ତ କାଠଗୋଲାରେ ଯଥେଷ୍ଟ କାଠ ମିଳୁନି ।
0female
ଏବେ ଭବିଷ୍ୟତରେ ଏହି ସମସ୍ୟାର ମୁକାବିଲା କରାଯିବ କିପରି ।
0female
ହୁଏତ ଅବିଚାର ଭାବେ ଜଙ୍ଗଲ କଟା ବଢ଼ିବ ।
0female
ଏବେ ରାଜ୍ୟର ଜଙ୍ଗଲରୁ ବର୍ଷକୁ ମାତ୍ର, ଅଢ଼େଇଲକ୍ଷ ଟନ୍ ବାଉଁଶ ମିଳିଥାଏ ।
0female
ତେଣୁ, ଆମ ଜନସଂଖ୍ୟା ପାଇଁ, ଆମ ଜଙ୍ଗଲରୁ ମିଳୁଥିବା କାଠ ବାଉଁଶ ଯଥେଷ୍ଟ ନୁହେଁ ।
0female
ଏମିତି ଏକ ଅତି ଆବଶ୍ୟକୀୟ ପରିସ୍ଥିତିରେ, ଜଙ୍ଗଲକଟା ବଢ଼ିବ ସିନା, କମିବାର ସମ୍ଭାବନା ନାହିଁ ।
0female
ଏଣେ ଜଙ୍ଗଲ କଟା ଯୋଗୁଁ, ପରିବେଶ ଉଜୁଡ଼ି ଗଲାଣି ।
0female
ବାୟୁମଣ୍ଡଳରେ, ଅଙ୍ଗରାକାମ୍ଲ ପରିମାଣ ବଢ଼ିଛି ।
0female
ଏହାଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ବଢ଼ିଛି ।
0female
ଏହାକୁ ସବୁଜ ଘର ପ୍ରଭାବ କୁହାଯାଇଛି ।
0female
ଜଙ୍ଗଲ କ୍ଷୟ ସହିତ ମୃତିକାକ୍ଷୟ ବଢ଼ିଛି ।
0female
ଜଙ୍ଗଲ ଯେତିକି ପତଳା ହେଉଛି, ବଣର ପଶୁପକ୍ଷୀ, କମି କମି ଲୋପ୍ ପାଇବାକୁ ବସିଲେଣି ।
0female
ପରିବେଶରେ ପ୍ରଦୂଷଣର ମାତ୍ରାକୁ, ଜଙ୍ଗଲ ଆଉ ନିୟନ୍ତ୍ରଣ କରିପାରୁନାହିଁ ।
0female
ଏଇ ବହୁରୂପୀ ସମସ୍ୟାର ମୂଳ କାରଣ, ଜଙ୍ଗଲ କ୍ଷୟ ।
0female
ଏଥିପାଇଁ, ପରିବେଶ୍‌ବିତ୍‌ମାନେ ଉଦ୍‌ବିଗ୍ନ ହୋଇ ପଡ଼ିଲେଣି ।
0female
ଆମକୁ ଏହାର ସମାଧାନ ପାଇଁ, ଯଥେଷ୍ଟ କିଛି କରିବାର ଅଛି ।
0female
ତହିଁରେ ଚୋରା ବେପାରୀର ଯାଏ କ’ଣ ।
0female
କାଠୁରିଆ ସେମିତି କାଠ ହାଣି ଚାଲିଛି ।
0female
ପୋଡ଼ୁଚାଷର ନିଆଁ ତ, ଏବେ ବି ଲିଭିନାହିଁ ।
0female
ଜଙ୍ଗଲ ପଡ଼ିଛି କିନ୍ତୁ ଘଞ୍ଚ ଗଛଲତା ନାହିଁ ।
0female
ପଶୁପକ୍ଷୀ ଧ୍ଵଂସ ପାଇଗଲେଣି, ଝରଣା ଶୁଖିଗଲାଣି ।
0female
ଜଙ୍ଗଲକୁ ଦେଖିଲେ କେମିତି ଏକ ଅଲଗା ଭାବ ସୃଷ୍ଟି ହେଉଛି ।
0female
ସତେ ଯେମିତି କନା ଖଣ୍ଡିକ ପଡ଼ି ରହିଛି, କର୍ପୁର ନାହିଁ ।
0female
ଜଙ୍ଗଲ ଧ୍ଵଂସ ହେବା ଫଳରେ, ଏବେ ଏମାନଙ୍କର ସଂଖ୍ୟା ବହୁତ କମିଯାଇଛି ।
0female
ଅନେକ୍ ପ୍ରକାରର ଜୀବଜନ୍ତୁଙ୍କର, ଜୀବନ ବିପଦଗ୍ରସ୍ତ ।
0female
ଏମାନଙ୍କୁ ସୁରକ୍ଷା ନଦେଲେ, ସମୂଳେ ବଂଶ ଲୋପ୍ ପାଇଯିବାର ଆଶଙ୍କା ଦେଖାଦେଇଛି ।
0female
ଏହା ପ୍ରାକୃତିକ ନୁହେଁ ମନୁଷ୍ୟକୃତ ।
0female
ଜନସଂଖ୍ୟା ବଢ଼ିବାରୁ, ଆମେ ଜଙ୍ଗଲ କାଟି, ଚାଷ ଜମିରେ ପରିଣତ କରୁଛୁ ।
0female
ବଣଜଙ୍ଗଲର ନିବିଡ଼ ଜଙ୍ଗଲିଆ ପରିବେଶ ଆଉ ନାହିଁ ।
0female
ଆତ୍ମରକ୍ଷା କରି ନ ପାରି, ଜୀବନ ଯୁଦ୍ଧରେ ହାର୍ ମାନି ନେଲେଣି ସେମାନେ ।
0female
ଆମେ ସେମାନଙ୍କୁ ଦୟା ଦେଖେଇ, ବିରଳ ପ୍ରାଣୀ ତାଲିକାରେ ନାମ ଲେଖାଇ ଦେଇଛୁ ।
0female
କିନ୍ତୁ ଅନ୍ୟ ପଶୁମାନଙ୍କଠାରୁ, ଖୁବ୍ ପଛରେ ପଡ଼ିଯାଇଛି ସେ ଜୀବନ ଦୌଡ଼ରେ ।
0female
କିନ୍ତୁ ବଣ ଜଙ୍ଗଲରେ, ତା’ର ପ୍ରାକୃତିକ ବାସସ୍ଥଳୀରେ, ଆଉ ଚିତା ଦେଖାଯାଉ ନାହିଁ ।
0female
ଚିତାବାଘର ସୁନ୍ଦର ଚମଡ଼ା, ଆନ୍ତର୍ଜାତିକ ଚମଡ଼ା ବ୍ୟବସାୟ କ୍ଷେତ୍ରରେ, ବେଶ୍ ନାଆଁ କରିଥିଲା ।
0female
ସେଇଥିପାଇଁ, ଚିତା ଶିକାର ବଢ଼ିଲା ।
0female
ଏକଶିଙ୍ଗିଆ ଗଣ୍ଡାର ଶିଙ୍ଗ, ଭାରି ମୂଲ୍ୟବାନ୍ ।
0female
ଶିଙ୍ଗ ପାଇଁ ଏମାନଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା ।
0female
ଦିନଥିଲା ଏମାନେ ବହୁସଂଖ୍ୟାରେ, ଚରିବୁଲି ନିରାପଦରେ ଜୀବନ ବିତାଉଥିଲେ ।
0female
ବର୍ତ୍ତମାନ୍ ଉତ୍ତର ବଙ୍ଗ ଓ ଆସାମ୍‌ର କେତେକ ନିମ୍ନ ଭୂମିରେ ଏମାନେ ଦେଖାଯା’ନ୍ତି ।
0female
ଆସାମ୍‌ର କାଜିରଙ୍ଗାଠାରେ ଏହି ବିରଳ ପ୍ରାଣୀ ପାଇଁ ଅଭୟାରଣ୍ୟ ପ୍ରତିଷ୍ଠା କରାଯାଇଅଛି ।
0female
ହରିଣର କଅଁଳ ମାଂସ ପାଇଁ ଶିକାରୀମାନେ ହରିଣ ଶିକାର କରିଥା’ନ୍ତି ।
0female
କସ୍ତୁରୀ ମୃଗର ନାଭିରେ ଥିବା କସ୍ତୁରୀ, ବେଶ୍ ମୂଲ୍ୟବାନ୍ ।
0female
ତେଣୁ ଶିକାରୀମାନେ, ଏମାନଙ୍କୁ ମାରି, ବିରଳ ଅବସ୍ଥାକୁ ନେଇ ସାରିଲେଣି ।
0female
ସିଂହର ବାସସ୍ଥଳୀ, ଛାର୍‌ଖାର୍ ହୋଇଯାଇଛି ।
0female
ଆଉସବୁ ପଶୁମାନେ, ଜଙ୍ଗଲ ଛାଡ଼ି ଯେ ଯାହା ବାଟରେ ଚାଲିଗଲେଣି ।
0female
ତେଣୁ ସିଂହପାଇଁ, ଖାଦ୍ୟର ଘୋର୍ ଅଭାବ ଦେଖାଦେଇଛି ।
0female
ବଣ ରାଇଜରେ ଚାଲିଛି ଅରାଜକତା ।
0female
ଏଣିକି ପଶୁରାଜ ସିଂହ ଅସମର୍ଥ ହୋଇଛି, ଆତ୍ମରକ୍ଷା ପାଇଁ ।
0female
ଆପଣାର ଭିଟାମାଟିରୁ, ବିତାଡ଼ିତ ହୋଇଛି ସିଂହ ।
0female
ବଣ ଜଙ୍ଗଲରେ ସିଂହ ଦେଖିବା, ସ୍ଵପ୍ନ ପ୍ରାୟ ହେଲାଣି ।
0female
ସିଂହମାନଙ୍କ ପରି, ହାତୀମାନଙ୍କର ଦୁଃଖ କାହାଣୀ ବି, କୌଣସି ଗୁଣରେ କମ୍ ନୁହେଁ ।
0female
ହାତୀ ଶିକାରର ମୂଳ ଆକର୍ଷଣ ହେଉଛି, ହାତୀଦାନ୍ତ ।
0female
ଅଣ୍ଡିରା ହାତୀର କେବଳ ଦାନ୍ତ ଥାଏ ।
0female
କିନ୍ତୁ ସବୁ ଅଣ୍ଡିରା ହାତୀର ଦାନ୍ତ ନ ଥାଏ ।
0female
ଯେଉଁ ଅଣ୍ଡିରା ହାତୀର ଦାନ୍ତ ଥାଏ, ତାହାକୁ କୁହାଯାଏ ଦନ୍ତାହାତୀ ।
0female
ତେଣୁ ଦାନ୍ତ ପାଇଁ ଦନ୍ତାହାତୀ ଶିକାର ହୁଏ ।
0female
ଆନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ହାତୀଦାନ୍ତର ଚାହିଦା ବଢ଼ିଛି ।
0female
ଏହାର ମୂଲ୍ୟ, ଅସମ୍ଭବ ଭାବରେ ବଢ଼ିବାରେ ଲାଗିଛି ।
0female
ବର୍ତ୍ତମାନ ଦୁବେଇ, ହାତୀଦାନ୍ତ ବିକ୍ରୟର ମୁଖ୍ୟକେନ୍ଦ୍ର ।
0female
ହାତୀଦାନ୍ତ ଚୋରା ବେପାରୀମାନେ, ବେଶ୍ ସକ୍ରିୟ ହୋଇଉଠିଛନ୍ତି ।
0female
ବାଘ, ଆମ ଦେଶର ଜାତୀୟ ପଶୁର ମର୍ଯ୍ୟାଦା ପାଇଛି ।
0female
କିନ୍ତୁ, ବାଘ ଶିକାରୀମାନେ ଏକଥା ଭାବନ୍ତି ନାହିଁ ।
0female
ପୁଣି ଜଙ୍ଗଲକୁ କାଟି ରହିବାକୁ, ଆଗଭଳି ନିରାପଦ ଥାନ ଟିକିଏ ନାହିଁ ।
0female
ତା’ର ବଂଶ ବିରାଦରୀମାନେ, ଲଗାତର୍ କମି କମି ଗଲେଣି ।
0female
ଏହିସବୁ କାରଣରୁ, ବାଘସଂଖ୍ୟା କମିଗଲା ।
0female
ବଣରେ ଆଉ, ଆଗଭଳି ବାଘ ଡର ରହିଲା ନାହିଁ ।
0female
ଗଛକଟା ଆହୁରି ବଢ଼ିଲା, ଏବଂ ବାଘ ସଂଖ୍ୟା ଆହୁରି କମିଲା ।
0female
ବର୍ତ୍ତମାନ୍ ଆମ ଦେଶର ବାଘ ସଂଖ୍ୟା, ଦୁଇହଜାର୍ ପାଖାପାଖି ।
0female
କିନ୍ତୁ, ବଣଜଙ୍ଗଲରେ ମୟୂର ସଂଖ୍ୟା ଢ଼େର୍ କମିଛି ।
0female
ସେହି ସମୟ ପରଠାରୁ, ମୟୂର ସଂଖ୍ୟା ବଢ଼ିବାରେ ଲାଗିଛି ।
0female
ସୁରକ୍ଷିତ ରହିଛି, ଆମ ଜାତୀୟ ପକ୍ଷୀ ।
0female
ଏବେ ଭାରତରୁ, ଚିତା ଲୋପ୍ ପାଇବାକୁ ବସିଲେଣି ।
0female
ଓଡ଼ିଶାରୁ ଅରଣା ମଇଁଷି ନିଶ୍ଚିହ୍ନ ହେଲେଣି ।
0female
ଏହି ଉଦ୍ୟାନମାନଙ୍କରେ ଜୀବଜନ୍ତୁ ମୁକ୍ତ ଓ ଅବାଧ ଭାବେ ଚଲାବୁଲା କରନ୍ତି ।
0female
ଏଠାରେ ପରିବେଶ ଯଥାସମ୍ଭବ ପ୍ରାକୃତିକ ।
0female
ଆସାମ୍‌ର କାଜିରଙ୍ଗାଠାରେ ଏକଶିଙ୍ଗିଆ ଗୟଳ ପାଇଁ ଅଭୟାରଣ୍ୟ ରହିଛି ।
0female
ଏଥିପାଇଁ ଜନୋସଚେତନତା, ଏବଂ ଜନସହଯୋଗ ଆବଶ୍ୟକ ।
0female
ସେଠି ଗଛ ଡାଳରେ, ଲମ୍ବା ଓହଳରେ, ପିଲାଏ ଡାଳମାଙ୍କୁଡ଼ି ଖେଳନ୍ତି, ଛାଇ ତଳେ ବାଟୋଇ ଅଳସ ଭାଙ୍ଗେ ।
0female
ଗଛମୂଳରେ ପୂଜାପାଏ, ସିନ୍ଦୁରବୋଳା ଠାକୁରାଣୀ ।
0female
ତା’ରି ଡାଳରେ ଜାତି ଜାତିକା ପକ୍ଷୀଙ୍କର ମିଳନ, ସିଏ ଗଛ ହେଲେ ବି ଦେବତା ।
0female
ପୁଣି ବାଦବିବାଦ, କିଚିରିମିଚିରି ଶବ୍ଦ ।
0female
ଲାଞ୍ଜ ଟେକିଟେକି ଗୁଣ୍ଡୁଚିମୂଷାଟା, ଏଡ଼ାଳରୁ ସେଡ଼ାଳ ହେଉଥାଏ ।
0female